ଜଳିଗଲା ଟ୍ରକ୍, ଚାଳକ ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତାକଡ଼ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ଟ୍ରକ୍ ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ମହୁଲପାଳ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ମୁତାବକ, ବୁଧବାର ରାତି ୧୦ ଟାରେ ଡୁବୁରିରୁ ଏକ ଖାଲି ଟ୍ରକ୍ ତାଳଚେର ଅଭିମୁଖେ ଆସୁଥିଲା । ଆସିବା ବାଟରେ କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ମହୁଲପାଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ ଭାଙ୍ଗି ରାସ୍ତା ତଳକୁ ଖସି ୧୧ କେଭି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ ବିଦ୍ୟୁତ୍ ସଯୋଂଗ ହୋଇ ଟ୍ରକଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଚାଳକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.