ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ଵର : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରିଛି ଓମଫେଡ୍ । ଏପ୍ରିଲ୍ ୧ରୁ ଏହି ନୂଆ ଦର ଲାଗୁ ହେବ । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ୍ ଦୁଗ୍ଧ ମୂଲ୍ୟରେ ବୃଦ୍ଧି କରିଛି ।

ସୂଚନା ଅନୁଯାୟୀ, ଓମଫେଡର ୫୦୦ ଏମ୍ଏଲ୍ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ବୃଦ୍ଧି ପାଇ ୨୩ ଟଙ୍କା ହୋଇଥିବା ବେଳେ ପ୍ରିମିୟମ୍ କ୍ଷୀର ଦାମ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ପାଇଛି ।

ଗୋଲ୍ଡ କ୍ଷୀର ମୂଲ୍ୟ ୨୪ ଟଙ୍କାରୁ ୨୬ ଟଙ୍କାକୁ ଓ ଚା’ ସ୍ପେସିଆଲ୍ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କା ବୃଦ୍ଧି ପାଇଛି । ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ସହ ପ୍ୟାକେଜିଂ ଓ ବିପଣନ ଆଦି କାର୍ଯ୍ୟକ୍ଷମ ଖର୍ଚ୍ଚ ସହ ଗତ ଏକ ବର୍ଷ ହେଲାଣି ଦୁଗ୍ଧ କିଣା ଲାଗି ଅଧିକ ମୂଲ୍ୟ ଦେବାକୁ ପଡିଛି ।

Leave A Reply

Your email address will not be published.