ଲାୟନ୍ସ କ୍ଲବ ସଭା ଗୃହରେ ଆଗାମୀ ବର୍ଷ ୨୦୨୩-୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଆଗାମୀ ବର୍ଷ ୨୦୨୩-୨୪ ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି । କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ଲବର ସଭା ଗୃହରେ ଡିଜି ୟମୁନା ପ୍ରସାଦ ଗୋୟଲଙ୍କ ଉପସ୍ଥିତିରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।

ସଭା ପ୍ରାରମ୍ଭରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ଆଗାମୀ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ସଭାପତି ଭାବେ ସନ୍ତୋଷ ମହାନ୍ତି, ସମ୍ପାଦକ ଭାବରେ ଅଜିତ ପାତ୍ର, କୋଷାଧ୍ୟକ୍ଷ ଭାବେ ସଜ୍ଜନ କମାନି, ପ୍ରଥମ ଉପସଭାପତି ଭାବେ ଗଙ୍ଗା ଶର୍ମା ଓ ଦ୍ୱିତୀୟ ଉପସଭାପତି ଭାବେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି । ଏହି ଅବସରରେ କ୍ଲବର ପିଏମସିସି ସଦସ୍ୟ ସଞ୍ଜୟ ସାହୁ, କ୍ଲବର ବରିଷ୍ଠ ସଦସ୍ୟ ଗୋପାଳ ଲାଠ, ରତ୍ନାକର ସାହୁ, ମଦନ ପୃଷ୍ଟି, କ୍ଲବ ସମ୍ପାଦକ ଶୈଳେଶ ଗୋୟଲ, ସର୍ଭିସ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ସଦସ୍ୟ କପିଲ ଜୈନ, ଉମେଶ ଅଗ୍ରୱାଲ, ଲିଓ ଜୋନାଲ ସଦସ୍ୟ ସାହିଲ ମେମନ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.