jayashree

ନାରେନ୍ ଗ୍ରାହକ ସେବା କେନ୍ଦ୍ର ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରାଶି ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନାରେନ ଗ୍ରାମର ଗ୍ରାହକ ସେବା କେନ୍ଦ୍ର ଶାଖାରେ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା ଟଙ୍କା ପ୍ରଦାନ କରାଯାଇଛି ।

ସୂଚନା ଅନୁସାରେ ଆକ୍ଟୋବର ମାସ ୨୦୨୨ ମସିହାରେ ନାରେନ ଗ୍ରାମର ଶୁକୃ ମାଝୀ ମୃତ୍ୟବରଣ କରିଥିଲେ । ମୃତ ଶୁକୃ ମାଝୀ ୪୩୬ ଟଙ୍କାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଏକ ବୀମା କରିଥିଲେ । ତାଙ୍କର ମୃତ୍ୟୁ ହେବା ପରେ ନାରେନ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ତାପସ ପୁଟେଲ ଓ ଗୋବର୍ଦ୍ଧନ ପୁଟେଲଙ୍କ ଦ୍ୱାରା ମୃତକ ଶୁକୃଙ୍କ ପୁଅ ଭଜରାଜ ମାଝୀ ଏବଂ ତାଙ୍କ ଧର୍ମ ପତ୍ନୀ ସମବାରୀ ମାଝୀଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.