ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗିର ୫୭ତମ ଜାତୀୟ ରାଜପଥ ରଇଠାଣା ଛକଠାରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିଟି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ରାଇଠାଣିଠାରେ ରାସ୍ତା ଉପରେ ଏକ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଅନ୍ୟପଟେ କିଛି ଦିନ ତଳେ ବୌଦ୍ଧ ସହରରେ ଜଣେ ମାନସିକ ବିକୃତ ମହିଳା ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ମୃତ ବୃଦ୍ଧା ଜଣକ ଉକ୍ତ ବୃଦ୍ଧା ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.