
ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ଅନ୍ଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବାକୁ ସମୟସୀମା ବୃଦ୍ଧି କରାଯାଇଛି । ଯାହା ମାର୍ଚ୍ଚ ୩୧ ତାରିଖ ଦିନ ୧୧ଟା ଯାଏ ରହିଛି । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓଜେଇଇ ୱେବସାଇଟ୍ www.OJEE.NIC.IN / WWW.ODISHAJEE.COM ରୁ ପାଇପାରିବେ । ଅପରପକ୍ଷେ ଅପ୍ରେଲ ୧ ଓ ୨ ତାରିଖ ଦୁଇ ଦିନ ଆବେଦନକାରୀ ଅନ୍ଲାଇନ୍ ଫି ପ୍ରଦାନ କରିପାରିବେ ।