ପୁରୀ ବେଳାଭୂମିରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ପୁରୀ ବେଳାଭୂମିରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା । ଖାଣ୍ଟି ଓଡିଆ ବ୍ୟଞ୍ଜନ ପଖାଳ ଆମର ମଧୁର ପରିଚୟ ହୋଇସାରିଛି । ଏଥିପାଇଁ ବାଲିରେ ସଜା ହେଲା ସଜ ଓ ଦହି ପଖାଳର ଦୁଇଟି ପଖାଳ କଂସା । ତା ସାଙ୍ଗକୁ ବଡି ଚୁରା, ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି ତିଆରି ହୋଇଛି।ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ । ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.