jsm

ବାବୁରାଓ ସେଡ଼ମାକେଙ୍କ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର୍‌ ବାବୁରାଓ ପୁଲେସୁର ସେଡ଼ମାକେଙ୍କ ୧୯୧ତମ ଜନ୍ମ ଦିବସ ୧୨ ମାର୍ଚ୍ଚରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପାଳିତ ହୋଇଯାଇଛି । ସେଡ଼ମାକେ ୧୮୫୭ ସିପାହୀ ବିଦ୍ରୋହ ସମୟରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ଅଞ୍ଚଳରେ ନେତୃତ୍ୱ ନେଇ ଇଂରେଜମାନଙ୍କ ନିଦ ହଜାଇ ଦେଇ ଗୋରା ସାହେବମାନଙ୍କୁ ହତ୍ୟା କରିଥିଲେ, ଯାହା ଫଳ ସ୍ୱରୂପ ତାଙ୍କୁ ଖୋଳା ପଡ଼ିଆରେ ଏକ ବରଗଛରେ ସର୍ବ ସମ୍ମୁଖରେ ଫାସି ଦିଆଯାଇଥିଲା । ସେହି ମହାନ୍‌ ସଂଗ୍ରାମୀଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୌରାଞ୍ଚଳ ସଂପାଦକ ନୃପ ଭୋଇ ସ୍ୱାଗତ କରି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିକ୍ଷା ମହାସଚିବ ମୀନକତେନ ମାଝୀ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହାସଚିବ ରାମଚନ୍ଦ୍ର ଧରୁଆ, କୁମାର ଟେନ୍ଟ ମାଲିକ ପ୍ରେମଜୀତ କୁମାର, ଜିଲ୍ଲା ଉପଦେଷ୍ଟା ଶିଶିର କୁମାର ଧରୁଆ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପଦେଷ୍ଟା ସଭ୍ୟ ଆଦିକନ୍ଦ ଭୋଇ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.