ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ମେଲଣ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଧୂପ ଦୀପ ପ୍ରଜ୍ଜ୍ୱଳନ ସହ ଆସରକୁ ଶୁଭ ଉଦ୍ଘାଟନ କରିଥିଲେ । ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଆସନରେ ଅଳଙ୍କୃତ ଥିଲେ ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷା ବାସନ୍ତୀ ସାହୁ । ଅନ୍ୟତମ ଅତିଥି ଭାବେ ମଂଚାସୀନ ହୋଇଥିଲେ ସାମ୍ବାଦିକ ଦିଲ୍ଲିପ ଧାଉଡିଆ, ସମାଜସେବୀ ବିଦ୍ୟାଧର ସାହୁ ଓ ଶିକ୍ଷାବିତ୍ ବାସୁଦେବ ସାହୁ । ସୋମନାଥଙ୍କ ପ୍ରାଚୀନ ମେଳଣର ଅୟମାରମ୍ଭ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ଉଦ୍ଘାଟକ ଶ୍ରୀଯୁକ୍ତ ମହାରଥୀ । ଅତିଥିମାନେ ଆଧ୍ୟାତ୍ମିକ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ସମସ୍ତ କବି କବୟିତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ଅଭିବାଦନ ଜଣାଇଥିଲେ ମହୋତ୍ସବ କମିଟି କର୍ତ୍ତୁପକ୍ଷ । ମଂଚ ପରିଚାଳନା ସହ ସମ୍ପାଦନା ଦାୟିତ୍ୱ ତୁଳାଇଥିଲେ ମାଟିର ମହକ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ । ଗୀତାରାଣୀ ରଣଜିତ, ପ୍ରମିଳା ପଟ୍ଟନାୟକ, ମହେଶ୍ୱର ବେହେରା, ସଂଜୀବ ଦାସ, ସଚ୍ଚିକାନ୍ତ ବିଶ୍ୱାଳ, ଅଭିପ୍ସା ପ୍ରିୟଦର୍ଶିନୀ, ଝୁମୁରୀ ସାହୁ, ସତ୍ୟମ୍ଜିତ୍ ଧାଉଡିଆ ସମେତ ପ୍ରାୟ ତିରିଶ ଜଣରୁ ଅଧିକ କବି ସ୍ୱରଚିତ ଆଧ୍ୟତ୍ମିକ କବିତା ପାଠ କରିଥିଲେ । ଦାଶରଥି ମହାନ୍ତି ଓ ବିଶ୍ୱ ରଂଜନ ମହାନ୍ତି ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବାଉରୀ ବନ୍ଧୁ ପ୍ରଧାନ ।