ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ରିଭରସାଇଡ ସଭ୍ୟମାନଙ୍କ ତରଫରୁ ଗୋପବନ୍ଧୁ ପାଠାଗାରରେ ଏକ ହୋଲି ମିଳନ କାର୍ଯ୍ୟକ୍ରମ ସହ ହୃଦ୍ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ରୋଟାରୀଆନ ସିଦ୍ଧି ନାଥ ଜ୍ୟୋତିଶୀଙ୍କ ଅଧ୍ୟକ୍ଷତାରେ ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ପରିଚାଳିତ ଏହି କର୍ଯ୍ୟକ୍ରମ ଆରମ୍ଭରେ ରାଉରକେଲା ନିବାସୀ ତଥା ବର୍ତ୍ତମାନ ଯୋଧପୁରରେ କାର୍ଯ୍ୟରତ ପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡ଼ା. ବିନୀତ କୁମାର ଜୈନ ଏବଂ ରାଉରକେଲାର ପ୍ରସିଦ୍ଧ ହୃଦ୍ରୋଗ ବିଶେଷଣଜ୍ଞ ଡାକ୍ତର ଜି.ସି.ପତ୍ରୀ ଉପସ୍ଥିତ ରହି ସମସ୍ତ ବୟସ୍କ ଲୋକଙ୍କୁ ହୃଦ୍ରୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଆରମ୍ଭରୁ ସତର୍କ ରହିଲେ କିପରି ହୃଦ୍ରୋଗ ଭଳି ଭୟାବହ ରୋଗରୁ ରକ୍ଷା ମିଳିବ ତାହା ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ନିୟମିତ ଖାଦ୍ୟ ପ୍ରଣାଳୀ, ନିୟୋମିତ ବ୍ୟାୟାମ, ପ୍ରତିଦିନ ଚାଲିବା ବିଷୟରେ ଗୁରୁତ୍ୱ ଦେଇଥିଲେ । ଉଚ୍ଚ ରକ୍ତଚାପ ଏବଂ ଡାଇବେଟିଜ ଥିବା ଲୋକଙ୍କୁ ସମାନ ବ୍ୟବଧାନ ମଧ୍ୟରେ ରକ୍ତ ପରୀକ୍ଷା କରି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଉପଦେଶ ଦେଇଥିଲେ ।
ପ୍ରଶ୍ନୋତ୍ତର ବିନିମୟ ମଧ୍ୟମରେ ଉପସ୍ଥିତ ଲୋକଙ୍କୁ ଦୁଇ ଡାକ୍ତର ସୁନ୍ଦର ଭାବେ ବୁଝାଇ ଥିଲ । ପରବର୍ତ୍ତୀ ପର୍ଯ୍ୟାୟରେ ହୋଲି ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ହୋଲିର ତାତ୍ପର୍ଯ୍ୟ ସମ୍ପର୍କରେ ପୁରାଣମାନଙ୍କରୁ ଉଦାହରଣ ଦେଇ ଏକ ତାତ୍ୱିକ ଅଭିଭାଷଣ ଉପସ୍ଥାପନ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀମତୀ ଦିବ୍ୟାନି ସୁବୁଦ୍ଧି ସୁନ୍ଦର ଭାବେ ନୃତ୍ୟ ପ୍ରଦାର୍ଶନ କରିଥିଲେ । ସଂଗୀତରେ ଶ୍ରୀମତୀ ରୀନା କାଦମବାଳା ତାଙ୍କର ମଧୁର ସ୍ୱରରେ ସୁନ୍ଦର ଗୀତ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ଲବ ସଭ୍ୟମାନେ ସୁଚାରୁ ରୂପେ ପରିଚଳନା କରିଥିଲେ । ରାଉରକେଲା ରିଭରସାଇଡ ତରଫରୁ କ୍ଲବ ସମ୍ପାଦକ ରୋଟାରୀଆନ ଭଗବାନ ପାଢ଼ୀ, କୋଷାଧକ୍ଷ ବସନ୍ତ ପାଠୀ, ମିହିର, ନବଘନ ସାହୁ, ଦୀପକ ଦାଶ, ପ୍ରତିମା ମହାପାତ୍ର, ଦିଲୀପ ବେହେରା, ସନ୍ତୋଷ ମିଶ୍ର, ଡାକ୍ତର ସୁଧାରଣୀ ପ୍ରଧାନ, ଆର. କେ. ସିଂ, ପ୍ରମିଳା ମିଶ୍ର, ସୁଖବିନ୍ଦର ସିଂ, ସାଗର ସୁବୁଦ୍ଧି, ଅଜୟ ସାହୁ, ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗୋପବନ୍ଧୁ ପାଠାଗାରର ଗିରିଜା ଶଙ୍କର ଗୋସ୍ୱାମୀ, ଲକ୍ଷ୍ମଣ ନାଥ ଦାସ ଓ ହରିହର ନାଇକଙ୍କ ସହ ବହୁ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।