oom

କରାଟେ କୋଚ୍‌ ଅସୀମ କୁମାର ଭୋଇଙ୍କ ମହାନତା

jsmm

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା କରାଟେ କୋଚ୍‌ ଅସୀମ କୁମାର ଭୋଇ ଆଜି ସକାଳେ ସବୁଦିନ ପରି ବଲାଙ୍ଗିର ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲକୁ କରାଟେ ଶିକ୍ଷାଦାନ ପାଇଁ ଯିବା ସମୟରେ ଷ୍ଟେସନ ଛକରୁ ଖୁଜେନପାଲି ରାସ୍ତା କଡରେ ଏକ ସ୍ମାର୍ଟ ମୋବଇଲ ଫୋନ (ଇନଫିନିକ୍ସ-୬୬୦) ପାଇଥିଲେ, ଯାହାର ମୂଲ୍ୟ ହାରାହାରି ୧୪ ହଜାରରୁ ୧୫ ହଜାର ଟଙ୍କା ହେବ । ଆଖପାଖ ଲୋକମାନଙ୍କ ସହିତ ଯୋଗାଯୋଗ କରିଥିଲେ ବି ମୋବଇଲ ଫୋନଟି କାହାର ଜଣା ପଡିନଥିଲା । ପରେ ଶ୍ରୀ ଭୋଇ ପାଇଥିବା ମୋବାଇଲ ଫୋନକୁ ସୋସିଆଲ ମିଡ଼ିଆରେ ଛାଡିଥିଲେ । କୌଣସି ଖୋଜ୍‌ଖବର ଜଣା ନପଡିବାରୁ ବଲାଙ୍ଗିର ଟାଉନ ଥାନାକୁ ଯାଇ ଆଇଆଇସି ସଂଗ୍ରାମ କେଶରୀ ପଟ୍‌ଟ୍ଟନାୟକଙ୍‌ଙ୍କ ପାଖରେ ମୋବଇଲ ଫୋନ୍‌କୁ ଜିମା ଦେଇଥିଲେ । ଜିମା ଦେବା ସମୟରେ ସେଖ୍‌ ମହମ୍ମଦ ୱାଇଦ୍, ମୁକେଶ ବହିଦାର, ବଳରାମ ମିଶ୍ର, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଭୋଇଙ୍କ ଏପରି ମହତ କାର୍ୟ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଉଛନ୍ତି ।

jittmm
Leave A Reply

Your email address will not be published.