csstore

ଅଜଣା ଗାଡି ଧକ୍କାରେ ଦୁଇ ସମୁଦି ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ବାଉଟିଆ ନାଳ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସମୁଦିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଖୁଦପସି ଗ୍ରାମର ଲାଲମୋହନ ରାଉତ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାଟମୁଣ୍ଡା ଗ୍ରାମର ବିଦ୍ୟାଧର ବାରିକ ଦୁଇ ସମୁଦି ଜଙ୍ଘିରା ବଜାରରରୁ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇ ଗାଡିଟି ଫେରାର୍ ହୋଇଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.