
ଭୁବନେଶ୍ୱର : ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ସମାବେଶରେ ଯୋଗ ଦେବେ ଅମିତ ଶାହ । ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସମାବେଶ କରିବେ ଅମିତ ଶାହ । ସେଠାରେ ତୃଣମଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ । ସାଧାରଣଲୋକଙ୍କ ଦଳ ସହିତ କିପରି ଯୋଡିବେ । ସେ ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେବେ । ଏଥି ସହିତ ବିଭିନ୍ନ ଐତିହ୍ୟ ସ୍ଥଳୀ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।