ଆଜି ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ । ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ ପହଞ୍ଚିଥିଲେ । ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି ।

Leave A Reply

Your email address will not be published.