ଭୁବନେଶ୍ୱର : ଏପ୍ରିଲ୍ ମାସରେ ରୌଦ୍ରତାପ ବୃଦ୍ଧିକୁ ଦୃଷ୍ଟିରେ ରଖି ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । ଏଣୁ ଏପ୍ରିଲ୍ ପହିଲାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ ଖରାରେ କାମ କରିବେ ନାହିଁ । ଏଥିପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।