csstore

ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ସିିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷକ ସନ୍ତୋଷ ସାହୁ, ବାସୁଦେବ ଦାଶ, ଦିଲୀପ ଯୋଶୀ, ମାଧବ ପଧାନ, ମାମି ପଧାନ, ତପସ୍ୱିନୀ ହରପାଲ, କବିରାଜ ନନ୍ଦ, ନକୁଳାନନ୍ଦ ପାଣିଗ୍ରାହୀ, ସୀତାରାମ ଭୋଇ, ଟିହୁଲୁ କର୍ମୀ, ପୃଥ୍ୱୀରାଜ ସାହୁ, କନକଲତା ବାରିକ ତଥା ଶିକ୍ଷା କର୍ମଚାରୀ, ଧନଞ୍ଜୟ ଷଡଙ୍ଗୀ, ରାଧେଶ୍ୟାମ ପୁଟେଲ, ବ୍ରଜରାଜ ମିଶ୍ର, ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଶ୍ରୀ ପାଣିଗ୍ରାହୀଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ତାଙ୍କର ବିଭିନ୍ନ କାର୍ଯ୍ୟଗୁଡିକୁ ଭୁୟସୀ ପ୍ରଶଂସା କରିଥିଲେ । ଅବସର ପରବର୍ତ୍ତୀ ସମୟ ମଙ୍ଗଳମୟ ହେଉ ବୋଲି ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଶ୍ରୀ ପାଣିଗ୍ରାହୀ ୧୯୮୮ ମସିହାଠାରୁ ୨୦୦୨ ପର୍ଯ୍ୟନ୍ତ ଓଷ୍ଟାର ବ୍ଲକ ସଂପାଦକ, ୨୦୦୯ ପର୍ଯ୍ୟନ୍ତ ଜିଲ୍ଲା ସଂପାଦକ ତଥା ଅଦ୍ୟାବଧି ୩ ଥର ଓଷ୍ଟାର ରାଜ୍ୟ ସଭାପତି ପଦ ମଣ୍ଡନ କରି ଏକ ଇତିହାସ ସୃଷ୍ଟି କରିଛନ୍ତି ।

jayashree
Leave A Reply

Your email address will not be published.