csstore

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : ମ. ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକୃ ରଣାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ସଭାପତିତ୍ୱରେ ଗ୍ରାମୀଣ ପାର୍କଠାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ସମାଜସେବୀ ଦଳଜିତ୍ ସିଂହ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ, ସମିତି ସଭ୍ୟା ସଙ୍ଗୀତା ମାଝୀ, ନାଏବ ସରପଞ୍ଚ ଯୁବ ରାଣୀ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅତିଥି ମାନେ ଶୁକୃ ରଣାଙ୍କ ବିଷୟରେ ନିଜ ନିଜ ଅନୁଭବ ପ୍ରକାଶ କରିଥିଲେ । ଏହି ଅବସରରେ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସାମଲଙ୍କୁ ସ୍ଵାଗତ କରିବା ପରେ ଅବସର ପ୍ରାପ୍ତ ଶ୍ରୀ ରଣାଙ୍କୁ ମାନପତ୍ର, ଉପାୟନ, ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଇଇ ବଳବିନ୍ଦର୍ ସିଂହ ଯାଦବ, ଜେଇ ପ୍ରବୀଣ ପାଣି, ଭବାନୀ ଶଙ୍କର ସାହୁ, ପ୍ରେମ୍ ସାଗର ନାଏକ, ଗୋଲକ ରଣା, କାହ୍ନୁ ଚରଣ ସାହୁ, ଡିଙ୍ଗର କିଶୋର ସାହୁ, ପ୍ରଶାନ୍ତ ସାହୁ, ପବିତ୍ର ସାହୁଙ୍କ ସମେତ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.