jsm

ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ଗୃହ ନିମନ୍ତେ ତାଙ୍କ ସମୟରେ ସରକାରୀ ଅନୁଦାନ ପ୍ରାପ୍ତ ହୋଇଥିବା ନେଇ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ଛତ୍ରପୁର ପ୍ରେସକ୍ଲବ ଗୃହ ପରିସରରେ ଆୟୋଜିତ ଏକ ଭବ୍ୟ ସାମାରୋହରେ ଅନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ପ୍ରେସକ୍ଲବର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ସଭାପତି ପ୍ରଶାନ୍ତ ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, ଉପଦେଷ୍ଟା ବସନ୍ତ ମହାରଣା, ରବୀନ୍ଦ୍ରନାଥ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା (ବାବୁଲି), ଶ୍ରୀକାନ୍ତ ମହାନ୍ତି, ବରିଷ୍ଠ ସଦସ୍ୟ କେ.ସତ୍ୟନାରାୟଣ ରେଡ୍ଡୀ, ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ ସାହୁ, ଗୌର ପ୍ରସାଦ ମହାପାତ୍ର, ଅଜିତ ସ୍ୱାଇଁ, ରବିନ୍ଦ୍ର ନାହାକ, ବିରେନ ରାଉଳ, ଅଶୋକ ରଥ ପ୍ରମୁଖ ବହୁ ସଦସ୍ୟ ଏହି ଭବ୍ୟ-ସମ୍ବର୍ଦ୍ଧନା ସଭାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.