jsm

ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସ୍ଥିତ ସ୍ୱ-ଜାତୀୟ ଧର୍ମଶାଲାରେ ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ଏକ ବୈଠକ ପାଇକମାଲ ବ୍ଲକ ସଭାପତି ତଥା ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମାଜର ବିଭିନ୍ନ ପ୍ରକାରର କୁସଂସ୍କାର ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇ ପାରିବ ତଥା ସମାଜର ସଦ୍ଭାବନା ଏବଂ ଏକତା ବୃଦ୍ଧି ପାଇବ ସେଥିପ୍ରତି ଯତ୍ନବାନ ହୋଇ ସମସ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା । ନିର୍ମାଣାଧୀନ ସାହୁ ସମାଜର ଧର୍ମଶାଲାକୁ ପୂର୍ଣ୍ଣାଙ୍ଗକରଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ପୁନଶ୍ଚ ଆଗାମୀ ମାର୍ଚ୍ଚ ୨୬ ତାରିଖରେ ନୃସିଂହନାଥଠାରେ ପାଇକମାଲ ବ୍ଲକସ୍ତରୀୟ ବାର୍ଷିକ ମହୋତ୍ସବ ପାଳନ କରିବାକୁ ସ୍ଥିରୀକୃତ ହୋଇଯାଇଛି । ସମାଜର ଯୁବନେତା ତଥା ଭୁବନେଶ୍ଵରପୁର ସମିତିସଭ୍ୟ ପଙ୍କଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ନୂତନ ଭାବେ ଗଠିତ ବିଭିନ୍ନ ପଞ୍ଚାୟତସ୍ତରୀୟ କମିଟିର ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି ବୈଠକରେ ଉଗ୍ରସେନ ସାହୁ, ଡ. ଚୈତନ୍ୟ ସାହୁ, ମହେନ୍ଦ୍ର ସାହୁ, କୌତୁକ ସାହୁ, କିଶୋର କୁମାର ସାହୁ, ହୁତାସନ ପାଣ୍ତେ, ବିପିନ ସାହୁ, ରକ୍ମଣ ସାହୁ, ନେତ୍ରାନନ୍ଦ ସାହୁ, ଶେଷଦେବ ସାହୁ, ସତ୍ୟାନନ୍ଦ ସାହୁ, ଋଷଭ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ରହି ନିଜ ନିଜର ସୁମତାମତ ପ୍ରଦାନ କରିଥିଲେ । ପିତାମ୍ବର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରମାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.