ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାରେ ସାମୁହିକ ପିତୃ ସମ୍ମିଳନୀ ଅନୁଷ୍ଠିତ

ଜରାସିଂହା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାର ସାମୁହିକ ପିତୃ ସମ୍ମିଳନୀ ପରିଚାଳନା ସମିତିର ସଭାପତି ଚିତ୍ତରଞ୍ଜନ ଥନାପତିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ସଂକୁଳର ସଂକୁଳ ପ୍ରମୁଖ ଆଶୁକବି ହେମନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମନ୍ଦିର ଯୋଜନାର ଶୈକ୍ଷିକ ଓ ବୈଚାରିକ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଶ୍ୱ ମୋହନ ତ୍ରିପାଠୀ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ କାମେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ ପ୍ରଣବ କିଶୋର ମନହୀରା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପସଭାପତି ପ୍ରମୋଦ ସିଂ ନିନା, ପୂର୍ବତନ ସଂପାଦକ ଅଧ୍ୟାପକ ଗୋବିନ୍ଦ ମେହେର, କୋଷାଧ୍ୟକ୍ଷ ଜୟକୃଷ୍ଣ ପୁଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଅଭିଭାବକ ଓ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯାଇଥିଲା । ଲିଙ୍ଗରାଜ ଗୁରୁଜୀ ଓ ନନ୍ଦିନୀ, ତପସ୍ୱିନୀ, ସୁନିତା, ଜୟନ୍ତୀ ସମସ୍ତ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.