csstore

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଗରିକ କମିଟି ସଭାପତି ଇଂ ବେଲାରସେନ ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ନିଳାଦ୍ରି ବିହାରୀ ମିଶ୍ର, ପ୍ରମୋଦ କର୍ମୀ, ନେହେରୁ ଯୁବକେନ୍ଦ୍ର ଯୁବ କୋଡିନେଟର ନରସିଂହା କୁମାର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଆଜିର ଫୁଟବଲ ଫାଇନାଲ୍‌ ଖେଳରେ ବାରପୁଡୁଗିଆକୁ ହରାଇ ସକମା ୧-୦ ଗୋଲରେ ବିଜୟୀ ହୋଇଥିଲା । ଲମ୍ବଡିଆଁରେ ଗଗନ ବିଶ୍ୱାଲ, ଉଚ୍ଚଡିଆଁରେ ମନୋଜ ନାଗ, ୧୦୦ମି. ଦୌଡରେ ଜିତୁ ଭୋଇ, ୨୦୦ ମି.ରେ ଆଶିଷ ପଟେଲ ଦୌଡ ଖେଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରେଫରି ପୁରୁଷୋତ୍ତମ ବୁଡେ, ପ୍ରଦୀପ, ମଣ୍ଟୁ, ପିଙ୍କୁ ନାଗ ଖେଳ ପରିଚାଳାନା କରିଥିଲେ । ଅନୁଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ସଦାନନ୍ଦ ମହଲା, ରଂଜନ ଭୋଇ, ବିଜୟ ମହଲା, ଲବ ନାଗ, ସରୋଜ ନାଏକ, ସଂଜୟ ନାଏକ, ଦିଲିପ, ଆକାଶ, ମିଥୁନ, ରିଙ୍କୁ, ଦେବାଶିଷ, କାଲିଆ, ବିକାଶ ନାଏକ, ଅକ୍ଷୟ, ରଂଜିତ, ମଦନ ସାହୁ, ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ । ନେହେରୁ ଯୁବକେନ୍ଦ୍ରର ଲେଖପାଳ ବିପିନ ବିହାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.