ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘାଟତରଭା ଗାଁଠାରେ ଗତ ରାତ୍ରିରେ ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ରମାକାନ୍ତ ନାଏକ(୨୯) ବୋଲି ଜଣାପଡିଛି । ସୂଚନା ଅନୁସାରେ ରମାକାନ୍ତ ବଲାଙ୍ଗିର ନିକଟସ୍ଥ ଘାଟତରଭା ଗ୍ରାମକୁ ବାହାଘରରେ ଯୋଗ ଦେବା ପାଇଁ ଯାଇଥିଲେ । ବାହାଘର ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲା ହୋଇ ପଡ଼ିଯିବା ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା । ତାଙ୍କୁ ଭୀମଭୋଇ ମେଡିକାଲର ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.