ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମତି ସଭ୍ୟାଙ୍କ ସ୍ୱାମୀ ଗିରଫ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରମିଳା ରଣାଙ୍କ ସ୍ୱାମୀ ସୁନାଧର ରଣାଙ୍କୁ ବେଆଇନ ମଦ ରଖିଥିବା ଅଭିଯୋଗରେ ବୁଧବାର ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ବିଭାଗୀୟ ହାଜତକୁ ପଠାଇଦିଆ ଯାଇଥିବା ଅବକାରୀ ଅଧିକାରୀ ବୀଣା ସୁନା ପ୍ରକାଶ କରନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗୁଡ଼ଭେଲା ଗ୍ରାମର ସୁନାଧରଙ୍କ ଘରରେ ଚଢାଉ କରାଯାଇଥିଲା । ତାଙ୍କଠାରୁ ୨୨ଲିଟର ବେଆଇନ ଦେଶୀ ମଦ ଜବତ ହୋଇଥିଲା । ଏହା ପରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଳା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉରେ ଏଏସ୍‌ଆଇ ଅଲେଖ ପୁଟେଲ, କନେଷ୍ଟବଳ ଆର୍ତ୍ତତ୍ରାଣ ବହିଦାର, ବିଭୂତି ଭୂଷଣ ଭୋଇ, ଭୋଜରାଜ ବଢେଇ ଆଦି ସାମିଲ ଥିଲେ ।

Leave A Reply

Your email address will not be published.