ଜେଆରସିର ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜେଆରସିର ତିନି ଦିନିଆ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ତାଲିମ ଶିବିରରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଶିକ୍ଷା ବିଭାଗର ଏହି ଭଳି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସମ୍ବଳ ଅଧିକାରୀ ଦେବୀ ପ୍ରସାଦ ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଡ଼. ପ୍ରଭାତି ମହାପାତ୍ର, ପୁରୁଷୋତ୍ତମପୁର ବିଇଓ କିଶୋର ଚନ୍ଦ୍ର ବେହେରା, ଛତ୍ରପୁର ଏବିଇଓ ସୀତାରାମ ପାତ୍ର, ସ୍କୁଲ ପ୍ରତିଷ୍ଠାତା ଅଭିରାମ ବେହେରା, ସରପଞ୍ଚ ବୈରାଗୀ ବେହେରା, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ, ଏବିଇଓ ବିଜୟ ଚନ୍ଦ୍ର ବେହେରା, କ୍ୟୁଇନ ମିଶନ ହାଇସ୍କୁଲ ପ୍ରଶିକ୍ଷକ ହରେକୃଷ୍ଣ ପଣ୍ଡା, କ୍ୟାମ୍ପ ନିର୍ଦ୍ଦେଶକ ବିଜୟ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଶେଷରେ ସ୍କୁଲ ପ୍ରଧାନ ଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନା ହିମାଂଶୁ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ମହାରଣା, ଭିକାରୀ ଗୌଡ଼, ବିଜୟ ଚନ୍ଦ୍ର ମହାରଣା, ସୁରେନ୍ଦ୍ର ନାଥ ପଣ୍ଡା ପ୍ରମୁଖଙ୍କ ସମେତ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନେ ଶିବିର ପରିଚାଳନା କରିଥିଲେ । ଆଜିର ଦୁନିଆରେ ଶିକ୍ଷା ସ୍ୱାସ୍ଥ୍ୟ ସେବା ଏବଂ ବନ୍ଧୁତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ପ୍ରାୟ ବିଭିନ୍ନ ସ୍କୁଲର ପ୍ରାୟ ୨୫୦ରୁ ଅଧିକ ଶିକ୍ଷୟିତ୍ରୀ/ଶିକ୍ଷକ ଏବଂ ଛାତ୍ରୀଛାତ୍ର ତାଲିମ୍ ନେଉଛନ୍ତି । ଏହି ତାଲିମ୍ ଆସନ୍ତା ଗୁରୁବାର ଦିନ ସମ୍ପୂର୍ଣ୍ଣ ହେବ ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.