ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶିକ୍ଷକ ଚନ୍ଦ୍ର ଶେଖର ଧାଉଡିଆ(୫୦)ଙ୍କ ବୁଧବାର ପ୍ରାତଃକାଳରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ପ୍ରାତଃକାଳରେ ହୃଦଘାତ୍ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ି ଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେ ଗଡ଼ମୋଟରି ଉଚ୍ଚ ବିଦ୍ୟାପିଠରେ ଶିକ୍ଷକ ଥିଲେ । ପୂର୍ବରୁ ଘୋରଡିଆ, ଆଙ୍କୋଇ, କଅଁଳପଡା ସ୍କୁଲରେ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ, ମେଳାପି, କର୍ତ୍ତବ୍ୟ ନିଷ୍ଠ, ସମାଜସେବୀ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ, ଶିକ୍ଷକମାନେ, ବନ୍ଧୁ ପରିଜନ ଓ ଗ୍ରାମବାସୀ ତାଙ୍କ ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବ୍ୟଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କ ମର ଶରୀରକୁ ଶୋକାକୁଳ ପାରିବେଶ ମଧ୍ୟରେ ଶୋଭାଯାତ୍ରାରେ ନେଇ ବିଭିନ୍ନ ସ୍କୁଲ, ଗ୍ରାମ ପରିକ୍ରମା କରି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ତାଙ୍କର ବଡ ପୁଅ ଆଦିତ୍ୟ ପ୍ରସାଦ ଧାଉଡିଆ ମୁଖାଗ୍ନି ଦେଇଥିଲେ ।