ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଘୋଟସର ନର୍ସରୀ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଯୁବକ ଜଣକ ହେଲେ ବୋଡ଼େନ ଥାନା କିରେକେଲା ଟାଙ୍ଗିରୀପଡ଼ାର ଟଙ୍କଧର ମାଝୀ (୩୦) । ସୂଚନା ଅନୁସାରେ, ଟାଙ୍ଗିରୀପଡାର ଟଙ୍କଧର ଉଦ୍ୟାନବନ୍ଧ ପଟୁ ଏକ ବାଇକ୍‌ରେ ଜାତୀୟ ରାଜପଥ ୩୫୩ରେ କୋମନା ପଟକୁ ଯାଉଥିଲେ । ଅନ୍ୟପଟେ ଏକ ଟ୍ରକ୍‌ କୋମନା ଆଡୁ ଉଦ୍ୟାନବନ୍ଧ ପଟକୁ ଆସୁଥିଲା । ଘୋଟସର ନର୍ସରୀ ନିକଟରେ ବାଇକ୍‌କୁ ସାମନା ପଟୁ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ବାଇକ୍‌ ଆରୋହୀ ଟଙ୍କଧରଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଟ୍ରକ୍‌କୁ ଜବତ କରି ତରବୋଡ଼ ଫାଣ୍ଡିରେ ରଖିଥିବା ବେଳେ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.