ଫୁଲଝର ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାଜରାସ୍ତା ଅବରୋଧ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ପାଇଁ ଫୁଲଝର ଛକଠାରେ ସ୍ଥାନୀୟ ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିବା ଜଣାପଡିଛି । ସୂଚନାଯାୟୀ, ମାଲପଡା ଗ୍ରାମ ପଞ୍ଚାୟତରେ ଥିବା ମାଲପଡ଼ା, ଫୁଲଝର, କନେଇଛାପର, ଜଳପାଙ୍କେଲ, ଜାମଚୁଆଁ ପାଞ୍ଚଟି ଗାଁର ମଧ୍ୟସ୍ଥି ଯାଗା ଫୁଲଝର ଛକଠାରେ ନୂତନ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ହେଉ ବୋଲି ଶତାଧିକ ମୁଖ୍ୟରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି । ଘଟଣାସ୍ଥଳକୁ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କ ଅଭିଯୋଗ ଶୁଣିବା ପରେ ତାଙ୍କୁ ବୁଝାଇ ଥିଲେ । ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରି ଥିଲେ । ରାସ୍ତା ବନ୍ଦ ହେବା ଯୋଗୁଁ ୪ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଆଇନ ଶୃଙ୍ଖଳା ରକ୍ଷା ପାଇଁ ବହୁ ମାତ୍ରାରେ ପୋଲିସ ମୁତୟନ ଥିବା ଲାଠୋର ଥାନାଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.