csstore

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେବେ ମହାମହିମ ରାଜ୍ୟପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପାଇକମାଲଠାରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ଵାରା ପ୍ରତିଷ୍ଠିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଆଜି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଜୁବ୍‌ଲି କମିଟିର ଆବାହକ କୁମାରୀ ସସ୍ମିତା ମେହେର, ପ୍ରଧାନ ଶିକ୍ଷକ ଶୁଶାନ୍ତ ପଣ୍ଡା, ଶ୍ରୀମତୀ ଅନିମା ସାମଲ, ଶ୍ରୀମତୀ ଭାଷା ଦାସ, ଶ୍ରୀମତୀ ପ୍ରତିମା ପୁରୋହିତ ରାଜଭବନରେ ରାଜ୍ୟପାଳ ଗଣେଶୀଲାଲଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରିଥିଲେ । ମହାମହିମ ରାଜ୍ୟପାଳଙ୍କୁ ନୃସିଂହନାଥ ମହାପ୍ରଭୁଙ୍କ ଏକ ଫଟୋ ଚିତ୍ର କମିଟି ସଦସ୍ୟମାନେ ପ୍ରଦାନ କରିଥିଲେ । ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟପାଳ ଆସିବା ପାଇଁ ସ୍ଵୀକୃତି ଦେଇଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଶିଷ୍ଟ ସାହିତ୍ୟିକ ସ୍ଵର୍ଗତ ହଟକିଶୋର ପାଣିଗ୍ରାହୀଙ୍କ ଉଦ୍ୟମରେ ୧୯୯୧ ମସିହାରେ ପ୍ରଦୀପ ପୁରୋହିତ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଥିବା ସମୟରେ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା ।

jayashree
Leave A Reply

Your email address will not be published.