ଝାକ୍ରିପାଲିରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାକ୍ରିପାଲି ଗାଁରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଯାପନୀ ମ୍ୟାଚ୍ ବେନକେରା ଓ ଦର୍ଲିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ୬ ୱିକେଟ ହରାଇ ୧୪୨ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଦର୍ଲିପାଲି ଦଳ ୧୧ ଓଭର ୬ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ଖେଳଟିକୁ ଅମ୍ପାୟାର ରୂପେ ମାନସ ପଧାନ ଓ ବିଜୟ ବରିହା ପରିଚାଳନା କରିଥିବା ବେଳେ ରାଜେଶ ସଗଡିଆ ସ୍କୋରର ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ନବଜ୍ୟୋତି କ୍ରିକେଟ କ୍ଲବ କେପଟେନ୍ ରିଙ୍କୁ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଘୁନସର ସରପଞ୍ଚ ଅନୁସୟା ସାହୁ, ସମ୍ମାନିତ ଅତିଥି ରୂପେ ପରକ୍ଷିତ ମାଝୀ, ନରସିଂହ ଗଡତ୍ୟା, କିଶୋର ସାହୁ, ସୁରେଶ ବରିହା, ମୁକ୍ତା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ ୧୨ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର ଅପ ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ଗଡତ୍ୟା, ତପସ୍ଵିନୀ ସାହୁ, ଚତୁର୍ଭୁଜ ସିଂ, ବିଳାସ ତାଣ୍ଡି, ରବୀନ୍ଦ୍ର ଗଡତ୍ୟା, ହରିବୋଲ ପୋଡ ସମେତ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.