csstore

କବିଚନ୍ଦ୍ରପୁରଠାରେ ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୂମଭଟା ଦଳ ବିଜୟୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ, କବିଚନ୍ଦ୍ରପୁରଠାରେ ୮ ତାରିଖ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ତିନି ଗୋଟି ମେଚ ହୋଇଥିବା ବେଳେ ଫାଇନାଲ ମେଚ ମାଣିଙ୍ଗନାଲା ଦଳ ଟସ ଜିଣି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ବିନିମୟରେ ୭୮ ରନ କରିଥିବା ବେଳେ ଧୂମାଭଟା ୭.୩ ବଲ ୮ ଉଇକେଟରେ ବିଜୟ ଲାଭ କରିଥିଲେ । ଆଜିର ମେଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିକାଶ ରଞ୍ଜନ ସିଙ୍ଗଦେଓ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜଗବନ୍ଧୁ ଭୋଇ, ସମାଜସେବୀ ପ୍ରଦୀପ ପାଣିଗ୍ରାହୀ, ଗୌରଚନ୍ଦ୍ର ବିଶି, କନ୍ଦର୍ପ ବିଶି, ଖୁସିରାମ ରଣା, ଚିନ୍ତାମଣି ରଣା, ପି.ନାଗ, ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି ଓ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ବିଜେତା, ଉପ ବିଜେତା ଓ କୃତି ଖେଳାଳିମାନଙ୍କୁ ନଗଦ ଅର୍ଥ ରାଶି ସହ ପୁରସ୍କାର ବିତରଣ କରିଥିଲେ । ଡେଭିଡ ରଣା ଓ ସେସଦେବ ଜାଲ ଖେଳ ପରିଚାଳନା କରିଥିବା ବେଳେ ସ୍କୋରବୋର୍ଡରେ ଭୀଷ୍ମ ଚରଣ ବିଶି ଓ ଧାରା ବିବାରଣୀ ପ୍ରଦାନ କରିଥିଲେ ମାଧବ ମାଝୀ ଓ ଯେମନ୍ତ କପାଟ । ଏଥିରେ କମିଟି ସଭାପତି ତେଜରାଜ ରଣା, ସମ୍ପାଦକ ବିକାଶ ରଣା, ବବୁଲୁ ବିଶି, ରାଜେଶ ପାତ୍ର ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.