ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଲକି କଲ୍ୟାଣ ମଣ୍ଡପରେ ଆଜି ସକାଳ ୧୦ଟାରୁ ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପୁରାତନ ଛାତ୍ର କାଶୀନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ତତ୍କାଳୀନ ୫ ଜଣ ଶିକ୍ଷକ ପ୍ରାଣବନ୍ଧୁ ନାୟକ, ଘାସିରାମ ବିଶ୍ୱାଳ, ଶ୍ୟାମ ସୁନ୍ଦର ଉଦ୍‌ଗାତା, ଭାବଗ୍ରାହୀ ରଥ ଓ ହୃଦାନନ୍ଦ ଜେନାଙ୍କୁ ଛାତ୍ରମାନେ ପଦ ଧୌତ କରି ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉତ୍ସବରେ ୧୯୭୩ ମସିହା ମାଟ୍ରିକ ବେଚର ଜୀବିତ ୧୧୧ଙ୍କ ମଧ୍ୟରୁ ୮୪ ଜଣ ସପତ୍ନୀକ ଯୋଗ ଦେଇଥିବା ବେଳେ ଦିବଂଗତ ୩୮ ଜଣଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ମା’ ସରସ୍ୱତୀ, ମା’ ସମଲେଶ୍ୱରୀ, ମା’ ପାଟନେଶ୍ୱରୀଙ୍କୁ ଅତିଥିମାନେ ପୂଜା ଅର୍ଚ୍ଚନା କରିଥିଲେ । ଶିକ୍ଷକମାନେ ଉଦ୍‌ବୋଧନ ଦେଇ ସମସ୍ତଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏ ଅବସରରେ ଏକ ସୁଦୃଶ୍ୟ ସ୍ମରଣୀକା ଉଦ୍‌ଘାଟିତ ହୋଇଥିଲା । ପୁରାତନ ଛାତ୍ରମାନେ ନିଜ ଛାତ୍ର ଜୀବନର ଅନୁଭୂତି ସ୍ମୃତିଚାରଣ କରିଥିଲେ । ସମସ୍ତ ପୁରାତନ ଛାତ୍ରଙ୍କୁ ସୁବର୍ଣ୍ଣ ଜୟନ୍ତୀର ସୁଦୃଶ୍ୟ ସ୍ମାରକୀ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.