csstore

କଣ୍ଟାମାଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବୌଦ୍ଧ (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ କଣ୍ଟାମାଲ କୋର୍ଟ ପରିସରରେ ଶନିବାର ସକାଳ ୧୦ ଘଣ୍ଟା ସମୟରେ ତାଲୁକ ଆଇନ ସେବା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାମାଲ ଜେଏମଏସି ବୁଥ୍‌ର ମାଜିଷ୍ଟ୍ରେଟ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ବୁଥ୍‌ରୁ ୪ ଗୋଟି ମାମଲାର ଆପସ ସମାଧାନ ଓ ଫଇସଲା ହୋଇଥିଲା । ସେଥିମଧ୍ୟରୁ ଦୀର୍ଘ ଦିନରୁ ପଡିରହିଥିବା ୨ ଗୋଟି ବେଆଇନ ମାମଲାର ଫଇସଲା ହୋଇଯାଇଛି । ଏହି ଲୋକ ଅଦାଲତରେ ସରକାରୀ ଓକିଲ ସାଇରଞ୍ଜନ ମହାନନ୍ଦିଆ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରୁ କଣ୍ଟାମାଲ ଓକିଲ ସଙ୍ଘର ସଭାପତି ଦୂତିଆଚରଣ ସାହୁ, ସମ୍ପାଦକ କୈଳାଶଚନ୍ଦ୍ର ବାରିକ, ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ, ଶମ୍ଭୁପ୍ରସାଦ ସାହୁ, ନୀଳାମ୍ବର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ କଣ୍ଟାମାଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଦହ୍ୟା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୋଟ ୫ ଲକ୍ଷ୍ୟ ଟଙ୍କାର ଅର୍ଥରାଶି ଆୟ କରାଯାଇଛି ।

jayashree
Leave A Reply

Your email address will not be published.