oom

ରାମଚନ୍ଦ୍ରପୁରରେ ଚତୁର୍ଥ ବର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ : ଟ୍ରାଇବ୍ରେକରରେ ନକ୍‌ଟାସରକୁ ହରାଇ ରେଙ୍ଗ୍‌ଟାସିଲ ଚମ୍ପିୟନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ବାର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଯଥା ଡ଼ଙ୍ଗାଘାଟ, ନକଟାସର, ଭୁତିଆରବାହାଲ, ସୁନାମୁଦି, ଖର୍ସେଲବାଞ୍ଜି, ରେଙ୍ଗଟାସିଲ, ଲଣ୍ଡାପଥର ସହ ଆୟୋଜକ ରାମଚନ୍ଦ୍ରପୁର ଦଳ ଯୋଗଦେଇଥିଲେ। ନକଟାସର ଓ ରେଙ୍ଗଟାସିଲ ମଧ୍ୟରେ ପାଇନାଲ ଖେଲ ଅନୁଷ୍ଠିତ ହୋଇଥିଲା। କେହି କାହାରିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକରର ସହଯୋଗ ନେଇଥିଲେ। ଏଥିରେ ରେଙ୍ଗଟାସିଲ ଦଳ ବିଜୟ ଲାଭ କରିଥିଲା। ଲକ୍ଷିନ୍ଦ୍ର ଚନ୍ଦନ ଖେଳ ପରିଚାଳନା କରିଥିବା ବେଳେ ଜଳ ସାହୁ ଓ ଦେବରାଜ ନାହାକ ସହଯୋଗ କରିଥିଲେ।

ଉଦଯାପନୀ ଉତ୍ସବରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଡବ୍ୟୁଇଓ ଜ୍ଞାନରଞ୍ଜନ ବଡ଼ଜେନା, ଓ ପଞ୍ଚାୟତ ଇଓ ସୂର୍ୟ୍ୟମଣୀ ମେହେର, ପେକ୍ସ ସଂପାଦକ ଭଗବାନ ଗଡ଼ତ୍ୟା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବଜରଙ୍ଗବଳୀ ଫୁଟବଲ କମିଟିର ମନୋଜ ପୁଟେଲ, ସାନନ୍ଦ ପୁଟେଲ, ବରୁଣ ବାଗ, ତ୍ରୀଲୋଚନ ପାତ୍ର, ମଧୁସୂଦନ ପାତ୍ର, ମୁକେଶ ଖୁଦେଇ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.