ମଟର ସାଇକେଲ ଚୋର ସକ୍ରିୟ : ସାଢେ଼ ଛ’ ଫୁଟ୍‌ ବାଡ଼ା ଉପରୁ ଟେକିନେଲେ ହୋଣ୍ଡା ସାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ମାତିଛନ୍ତି ମଟର ସାଇକେଲ ଚୋର । ଗତକାଲି ସଂଧ୍ୟାରେ ବୁଲେଟ୍‌ ଚୋରି ଭଳି ଏକ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତ ରାତିରେ ପୁଣି ଘଟିଛି ଆଉ ଏକ ଘଟଣା । ସାଢେ଼ ଛ’ ଫୁଟ୍‌ ବାଡ଼ା ଉପରୁ ଟେକି ନେଇଛନ୍ତି ହୋଣ୍ଡା ସାଇନ୍‌ ମଟର ସାଇକେଲ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଚୋରି ଘଟଣା ଘଟିଛି ଶାନ୍ତିପଡ଼ା ନିକଟସ୍ଥ ଖର୍ସେଲ୍‌ ପଡ଼ାରେ । ସୂଚନା ଅନୁସାରେ ଖର୍ସେଲପଡ଼ା ନିବାସୀ ରାମଦତ୍ତ ଭୋଇଙ୍କ ଘରେ ଭଡ଼ାରେ ରହୁଛନ୍ତି ବ୍ରଜବନ୍ଧୁ ପଧାନ । ଗତକାଲି ରାତିରେ ବ୍ରଜବନ୍ଧୁଙ୍କ ଶାଳକ ଭୁବନେଶ୍ୱର ଯାଇଥିବା ବେଳେ ତାଙ୍କ ଗାଡ଼ି ବାଡ଼ା ଭିତରେ ରଖାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଯେ, ଗତ ରାତିରେ ଛ’ଫୁଟ୍‌ର ବାଡ଼ା ଡେଇଁ ଚୋରମାନେ ଟେକି ନେଇଛନ୍ତି ହୋଣ୍ଡା ସାଇନ୍‌ ମଟର ସାଇକେଲ୍‌ ।

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ନିକଟରୁ ଏକ ବୁଲେଟ୍‌ ଚୋରି ହେବାର କିଛି ସମୟ ପରେ ପୁଲିସ୍‌ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଏହି ଚୋରି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.