ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାର ସୁପରିଚାଳନା ପାଇଁ ମଙ୍ଗଳବାର ସର୍କିଟ ହାଉସଠାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ । ସମସ୍ତ ନୀତି ସମାପନ କରାଯାଇ ଠିକ ରାତି ୧୦ଟାରେ ମହାଦୀପ ଉଠିବ । ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି । ଭକ୍ତ ସମାଗମ ଓ ଶୃଙ୍ଖଳିତ ଧାଡି ଦର୍ଶନ ପାଇଁ ମନ୍ଦିର ଭିତର ଓ ବାହାରେ ଏଏସଆଇ ଦ୍ୱାରା ଅସ୍ଥାୟୀ ବ୍ୟାରିକେଡ୍‌ ଲଗାଯିବ । ମନ୍ଦିର ବେଢା ପରିଷ୍କାର ରଖିବା ପାଇଁ ବିଏମସି ତରଫରୁ ଯଥେଷ୍ଟ ସଂଖ୍ୟାରେ ସଫେଇ କର୍ମଚାରୀ ନିୟୋଜିତ ହେବେ । ମନ୍ଦିର ସମ୍ମୁଖ ଓ ଉତ୍ତର ଦ୍ୱାରରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ସହ ଆମ୍ବୁଲାନ୍ସ ମହଜୁଦ ରହିବ ।

Leave A Reply

Your email address will not be published.