csstore

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଲପୁରି ଗାଁରେ ବିଭିନ୍‌ନ୍ନ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସ୍କୁଲରେ ପିଇବା ପାଣିର ସମସ୍ୟା, ଗାଁର ନଳକୂପ ଗୁଡ଼ିକରେ ଗୋଲିଆ ପାଣି ବାହାରୁ ଥିବାରୁ ସଫାକରି ନଳକୂପ ଗୁଡ଼ିକର ମରାମତି, ବସୁଧା ଜଳ ଭଣ୍ଡାର ଯୋଗାଇ ଦିଆଯିବାର ସୁବିଧା, ଗାଁ ଲୋକଙ୍କ ସ୍ବାସ୍ଥ୍ୟ ତଥା ନେତ୍ର ଚିକିତ୍ସାର ସୁବିଧା, ଲେବର କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିଧବା, ଦିବ୍ୟାଙ୍ଗ, ବୟସ୍କମାନଙ୍କୁ ଭତ୍ତା ଯୋଗାଇବା, ଗାଁ ରାସ୍ତା ମରାମତି, ଡ୍ରେନ୍‌ର ସମସ୍ୟା ତଥା ମନରେଗା, ଆଇସିଡିଏସ୍ ଏହି ଭଳି ଗାଁର ଅସୁବିଧା ଗୁଡିକର ବିଷୟରେ ସରକାରଙ୍କୁ ଅବଗତ କରାଇବା ନିମନ୍ତେ ଆଲୋଚନା ହୋଇଥିଲା ।

jayashree
Leave A Reply

Your email address will not be published.