ଖପ୍ରାଖୋଲରେ ବୁଥ୍‌ ଲେଭେଲ୍‌ ଅଫିସରଙ୍କୁ ନେଇ ବ୍ଲକସ୍ତରୀୟ ବୈଠକ

  • ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ୱାନ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହଠାରେ ବୁଥ୍‌ ଲେଭେଲ୍‌ ଅଫିସରଙ୍କୁ ନେଇ ଏକ ବ୍ଲକସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିକାଶ ବାର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସିଡିପିଓ ସୁଜାତା ଦୋରା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଅନ୍‌ଲାଇନ ଭୋଟର ତାଲିକା ସଂଶୋଧନ ସହିତ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଭୋଟର ସଂଶୋଧନ ଓ ଭୋଟର ତାଲିକା ସହ ଆଧାର ସଂଯୋଗିକରଣ ଉପରେ ସମସ୍ତ ବିଏଲ୍‌ଓଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ସ୍ତରରେ ପାଟଣାଗଡ ଉପଖଣ୍ଡ ସମ୍ବର୍ଦ୍ଧିତ ହୋଇଥିବାରୁ ଉପଜିଲ୍ଲାପାଳ ଶ୍ରେୟ ସମସ୍ତ ବିଏଲ୍‌ଓଙ୍କୁ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ସମସ୍ତ କର୍ମଚାରୀ ଆନ୍ତରିକତା ସହ ନିଜ କର୍ତ୍ତବ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ବ୍ଲକର ଶତାଧିକ ଶିକ୍ଷକ ଓ ଅଙ୍ଗନୱାଡ଼ି କର୍ମୀ ତଥା ବିଏଲ୍‌ଓ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!