csstore

ପ୍ରିନ୍ସ କ୍ଲବ୍ ପକ୍ଷରୁ ୬ଷ୍ଠ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂ ପ୍ରିନ୍ସ କ୍ଲବ୍ ପକ୍ଷରୁ ହୋଇ ଆସୁଥିବା ୬ଷ୍ଠ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ଦିନ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଡମ୍ବରୁଧର ହରପାଲ, ଯୁବ ନେତା ସଞ୍ଜୀବ ପଧାନ, ଶୈଳେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତା ନାଇକେନଶିରା ଏବଂ ମହିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ମହିପୁର ଦଳ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ଖେଳକୁ ବଳରାମ ବାଗ ପରିଚାଳନା କରିଥିବା ବେଳେ ଆୟୋଜକ କମିଟିର ସଭାପତି ମନୋଜ ସାହୁ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.