
ନୂଆଦିଲ୍ଲୀ : ତୁର୍କିରେ ଭୂମିକମ୍ପର ଝଟ୍କା । ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୫ ମପାଯାଇଛି । ତେବେ ଏଥିରେ କିଛି କୋଠା ଭାଙ୍ଗିଥିବା ସୂଚନା ମିଳୁଛି । ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।