ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ୟ୍ୟ ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆଜି ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁୁର), କଳାହାଣ୍ଡି (ଭବାନୀପାଟଣା), ଖୋର୍ଦ୍ଧା (ଭୁବନେଶ୍ୱର), କୋରାପୁଟ (ଜୟପୁର), ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ (ରାଉରକେଲା) ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଉଦ୍‌ଘାଟନ କରିବେ । ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଏହା ଫେବୃଆରି ୩ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି କୋର୍ଟରେ ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ଶୁଣାଣି ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ହେବ ।

Leave A Reply

Your email address will not be published.