ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାମଯଜ୍ଞ ପ୍ରହରୀଟି ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବାବେଳେ ବସନ୍ତ କୁମାର ଭୋଇ ଓ ତାଙ୍କ ଧର୍ମ ପତ୍ନୀ ହେମାଙ୍ଗିନୀ ଭୋଇ କର୍ତ୍ତା ଏବଂ ପୂଜକ ଭାବରେ ଯୁଧିଷ୍ଟିର ହୋତା ଦାୟିତ୍ୱ ନିର୍ବାହ କରୁଛନ୍ତି । ଗୁରୁବାର ଦିନ ପ୍ରହରୀ ପାଇଁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ଲାନ୍ଥନଦୀରୁ ଭରା କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରହରୀ କମିଟିର ସୁରେନ୍ଦ୍ର ସା, ସୁରଥ ଯାନୀ, ଗଜିନ୍ଦ୍ର ଭୋଇ, ହିମାଂଚଳ ସ୍ୱାଇଁ, ଗୋଲେକ ପ୍ରଧାନ, କାଳିଆ ଭୋଇ, ଜୟଦେବ ରଣା, ଯୁଗୁରୁ ଯାନୀ, ଅଚ୍ୟୁତ ମାଝୀ, ସତ୍ୟବାନ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.