pakka

ଦ୍ୱିତୀୟ ଦିବସରେ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

kalikesh

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡ଼ିୟମରେ ତୃତୀୟ ବର୍ଷ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସରେ ବଣିକ ସଂଘ ସଭାପତି ତରୁଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ବିଶାଳ ଅଗ୍ରୱାଲ, ସୌରଭ ଅଗ୍ରୱାଲ ଓ ସାରଦା ନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲାର ୧୬ ଗୋଟି କ୍ରିକେଟ ଦଳ ଭାଗ ନେଇଥିବା ବେଳେ ଦ୍ୱିତୀୟ ଦିବସରେ ତିନିଗୋଟି ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଟିଟିଲାଗଡ଼ ରେଳ ଷ୍ଟେସନ ଦଳ ବଲାଙ୍ଗିର ଦଳକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସଇଁତଲା ୟଙ୍ଗଷ୍ଟାର ଦଳ ଟିଟିଲାଗଡ଼ ଭାଟିଶାଳପଡ଼ା ଦଳକୁ ପରାସ୍ତ କରିଥିଲା । ସେହିଭଳି ତୃତୀୟ ମ୍ୟାଚ୍‌ରେ ଟିଟିଲାଗଡ଼ ରେଳ ଷ୍ଟେସନ ଦଳ ସଇଁତଲା ୟଙ୍ଗଷ୍ଟାର ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ସଇଁତଲା ୟଙ୍ଗଷ୍ଟାର ଦଳ ବିଜୟୀ ହୋଇ କ୍ୱାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲା । ଆଜିର ଖେଳକୁ ସୁଶାନ୍ତ, ପ୍ରଶାନ୍ତ, ଲକି ଓ ସ୍ୱାଗତ ପରିଚାଳନା କରିଥିବା ବେଳେ ସୁନୀଲ ଦଣ୍ଡସେନା ସ୍କୋର ବୋଡର଼୍ ପରିଚାଳନା କରିଥିଲେ । ଆକାଶ ପାତ୍ର ଓ ମୁକେଶ ଅଗ୍ରୱାଲ ଧାରା ବିବରଣୀ ପ୍ରଦାନ କରିଥିଲେ । ପରିଚାଳନା କମିଟିର ସଭାପତି ଚନ୍ଦ୍ର ଚନ୍ଦନ, ସଂପାଦକ ଶିବ ମାଝୀ, ବିକ୍ରମ ସା, ଘାସି, ରିଙ୍କୁ, ବିଜୟ, ରଂଜନ, ଶିବ, ଅଚ୍ୟୂତଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

two × four =