ବାଲି ବୋଝେଇ ଡମ୍ଫର ଅଟକ

ବେଲପଡା, (କେପିଏନ୍‌ଏସ୍‌) : ବେଆଇନ ଭାବେ ବାଲି ଚାଲାଣ କରୁଥିବା ଏକ ଡମ୍ଫରକୁ ବେଲପଡା ତହସିଲ ଅଫିସ ସାମନାରେ ତହସିଲଦାର ପ୍ରଶାନ୍ତି ପ୍ରଧାନ ଅଟକ ରଖିଥିଲେ । ଏହି ବାଲି ବୋଝେଇ ଡମ୍ଫରଟି ପାଟଣାଗଡ ପଟୁ ବେଲପଡା ପଟେ ଆସୁଥିଲା । ତହସିଲଦାର ଶ୍ରୀମତୀ ପ୍ରଧାନ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । କିନ୍ତୁ କାଗଜପତ୍ରରେ କିଛି ତୃଟି ଥିବା ଦେଖି ସେ ଗାଡି ମାଲିକ ହୋତାନନ୍ଦ ସାହୁଙ୍କ ନାମରେ ୫୦ ହଜାର ଟଙ୍କା ଜରିମାନା କରିବା ସହ ଗାଡିକୁ ଛାଡିଥିଲେ ।

Leave A Reply

Your email address will not be published.