ଦକ୍ଷିଣ ଆଫ୍ରିକା ଗସ୍ତରେ ଜୁନିୟର ମହିଳା ହକି ଟିମ୍‌

ବାଙ୍ଗାଲୋର : ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଗତକାଲି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମ୍‌ରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଫରୱାର୍ଡ ସୁନେଲିତା ଟପ୍ପୋ । ଦଳର ନେତୃତ୍ୱ ଦାୟିତ୍ୱ ପ୍ରୀତିକୁ ପ୍ରଦାନ କରାଯାଇଥିବା ବେଳେ ଋତୁଜା ଦାଦାସୋ ପିସାଲ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଫେବୃୟାରୀ ୧୭ରୁ ୨୫ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଗସ୍ତରେ ରହିବ ।

Leave A Reply

Your email address will not be published.