କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ଗିରଫ କଲା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ବେଲପଡ଼ା ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତ୍ର ସମୟରେ ଆଲିସାନ ସିନେମା ହଲ୍‌ରେ ସିନେମା ହଲ୍‌ ମାଲିକଙ୍କ ପୁଅ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜାଙ୍କ ମଧ୍ୟରେ କୌଣସି କାରଣ ବଶତଃ ବଚସା ହୋଇଥିଲା । ପରେ ସେ ବେଲପଡ଼ା ପୋଲିସ ସହ ମଧ୍ୟ ଜୋର୍ ଯୁକ୍ତି ତର୍କ କରିଥିଲେ । ଘଟଣା ପରେ ବେଲପଡ଼ା ପୋଲିସ ତାଙ୍କୁ ଗିରଫ କରି ବେଲପଡ଼ା ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି । ଏହି ବାବଦରେ ଅଧିକ ତଥ୍ୟ ପାଇଁ ଆମେ ବେଲପଡ଼ା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଯୋଗାଯୋଗ କରିଥିଲୁ, ହେଲେ ତାଙ୍କ ସହ ସମ୍ପର୍କ ହୋଇ ପାରିଲା ନାହିଁ ।

Leave A Reply

Your email address will not be published.