
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମଏଲସିସି ଦ୍ଵାରା ଆୟୋଜିତ ୧୯ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଗୁଡ୍ଡୁ ଅଗ୍ରୱାଲ ମୁଖ୍ୟ ଅତିଥି ଓ ସୁଦାମ ମେହେର ଓ ଲକ୍ଷ୍ମୀ ନାରାୟଣ ବନଛୋର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିନରେ ଖଲିଆପାଲି ଦଳ ଝାଁକରପାଲି ଦଳକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । କ୍ୱାଟର ଫାଇନାଲ୍ ମ୍ୟାଚ୍ରେ ଝାଁକରପାଲି ଦଳ ନିର୍ଦ୍ଧାରିତ ୭ ଓଭରରେ ୩ ୱିକେଟରେ ୫୩ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ଖଲିଆପାଲି ଦଳ ୫ ଓଭରରେ ୨ ୱିକେଟରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ମ୍ୟାଚ୍ ପରେ ରାଜୁ ମେହେର ଅତିଥି ରୂପେ ଯୋଗଦେଇ ଖଲିଆପାଲି ଦଳର ସୁଦାମଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚ୍ରେ ଦୀପକ, ଜଗତ, ଧର୍ମେନ୍ଦ୍ର ଓ ରିଙ୍କୁ ଅମ୍ପାୟାରିଂ ଏବଂ ତାପସ ଓ ବିଜୟ ସ୍କୋରିଂ ଦାୟିତ୍ୱ ତୁଳାଇଥିଲେ । ଦିଲୀପ ଓ ଲଲିତ ଧାରା ବିବରଣୀ ପ୍ରଦାନ କରିଥିଲେ । ଲଙ୍କେଶ୍ଵରୀ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।