csstore

ହରିଣକୁଲି ସରସ୍ୱତୀ ପୂଜା କମିଟି ତରଫରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ୱତୀ ପୂଜା କମିଟିର ସରସ୍ୱତୀ ପୂଜା ଉପଲକ୍ଷେ ଓ ସ୍ୱର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । କମିଟିର ସଭାପତି ଦିଲୀପ କୁମାର ଜେନା, ସମ୍ପାଦକ ସଞ୍ଜୀବ କୁମାର ଦାସ ଏବଂ ପଦ୍ମଲୋଚନ ଗିରିଙ୍କ ତତ୍ତ୍ୱାବଧାନରେ ଆୟୋଯିତ ଶିବିରକୁ ସ୍ଥାନୀୟ ସରପଞ୍ଚ ମଞ୍ଜୁରାଣୀ ବେହେରା ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଦସ୍ୟା ବିନତୀ ସାହୁ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ସମାଜସେବୀ ତଥା ଆଇନଜୀବୀ ରାଜକିଶୋର ଜେନା, ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ଉତ୍ତର କୁମାର ଦଣ୍ଡପାଟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ନର୍ସିଂ ଅଫିସର ସ୍ୱାତୀ ସୁଚରିତା ରାଜ ଏବଂ ଟେକ୍ନିସିଆନ ଅକ୍ଷୟ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ୍ ୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

jayashree
Leave A Reply

Your email address will not be published.