csstore

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୁଧବାର ଗଞ୍ଜାମ ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ତାହାର ସମୀକ୍ଷା କରିଥିଲେ । କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ନିକଟସ୍ଥ ବାଲୀ ଲୋକନାଥ ମନ୍ଦିର ଯାଇ ଠାକୁର ଦର୍ଶନ କରିବା ପରେ ସେଠାରେ ଥିବା ରୁରାଲ ପାର୍କ ବୁଲି ଦେଖିଥିଲେ ଏବଂ ନର୍ସରୀ ବୁଲି ଅନୁଧ୍ୟାନ କରିଥିଲେ । ପରେ ସୁବଳୟା ପଞ୍ଚାୟତ ଶତୃସୋଲ ଯାଇ ଏଚେରୀ, ହୁମା ପଞ୍ଚାୟତ ହୁମା ହାଇସ୍କୁଲ, ରମ୍ଭା ହାଇସ୍କୁଲ ଏବଂ ଜେଆରଜିପୁର ହାଇସ୍କୁଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଗସ୍ତ ବେଳେ ବିଡ଼ିଓ ଜସ୍ମିନ ପ୍ରଧାନ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼, ବିପିଏମ ଜଳନ୍ଧର ମହାରଣା, ବିପିସି ଚନ୍ଦନ ପାଢ଼ୀ, କାଇଁଚପୁର ସରପଞ୍ଚ ଆରଏ ଚନ୍ଦନା ରେଡ଼ି, ମନ୍ଦିର ପରିଚାଳନା କମିଟି ସଭାପତି ବି ବନମାଳୀ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଭାଗ୍ୟ ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.