pakka

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସ୍ଥିତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଦିନ ଉଦ୍‌ଘାଟନ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶଚନ୍ଦ୍ର ଦାଶ ଯୋଗ ଦେଇ କ୍ରୀଡା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଶାରୀରିକ ଓ ମାନସିକ ବିକାଶ ହେଲେ ବ୍ୟକ୍ତିର ବିକାଶ ହୋଇଥାଏ । ସେଥିପାଇଁ ବ୍ୟାୟାମ ଓ ଖେଳିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିନ ଉଦ୍‌ଯାପନୀ ଅଧିବେଶନରେ ଏବିଇଓ ଯୁଧିଷ୍ଠିର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରତିମା ପାତ୍ର, ବରିଷ୍ଠ ସମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଆର୍ତ୍ତତ୍ରାଣ ମହାନ୍ତି, ଏସ୍ଏମ୍‌ଡିସି ସଦସ୍ୟ ପ୍ରଫୁଲ ପଣ୍ଡା, ତିବିକ୍ରମ ମିଶ୍ର ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା, କ୍ରୀଡା ସହିତ କଠୋର ଅଧ୍ୟବସାୟ ବଳରେ ସଫଳତା ପ୍ରାପ୍ତି ସହ ବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଲଡୁ କିଶୋର ସାମନ୍ତସିଂହାର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ମଞ୍ଚ ସଯୋଜନା କରିଥିଲେ । ଛାତ୍ରଛାତ୍ରୀ ଦ୍ଵାରା ନୃତ୍ୟ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକର୍ଷିତ କରିଥିଲା । କୃତିତ୍ଵ ଲାଭ କରିତିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ଅତିଥି ଦ୍ଵାରା ସାର୍ଟିଫିକେଟ, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ କୁଶବନ୍ତ କଅଁର, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ସ୍ତୁତି ସନ୍ଧ୍ୟା ମହାରଣା, ଲିପିକା ଭୋଇ ଓ ପବିତ୍ର ମୋହନ ସାହୁ ପ୍ରମୁଖ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମରେ ସହୟୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଞ୍ଚଳବାସୀ ଉପସ୍ଥିତି ରହି ଏଥିରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

twelve + 10 =

error: Content is protected !!