csstore

କବିଙ୍କୁ ରାଜ୍ୟସ୍ତରୀୟ କବିତା ପଠନରେ ସମ୍ମାନିତ

ସଇଁନ୍ତଲା : କଟକ ଶତାବ୍ଦୀ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା, ପୂଜ୍ୟପୂଜା ପରିଷଦ କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ସିଲେଟପରା ଗାଁର ଯୁବକବି ଆନନ୍ଦ ସାହୁଙ୍କୁ ଚଳିତ ବର୍ଷର କବିତା ପଠନ କରି ଅନେକ କବିଙ୍କ ହୃଦୟକୁ ଛୁଇଁ ପାରିଥିବା ବେଳେ ରାଜ୍ୟସ୍ତରୀୟ କବିତା ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଆର୍ଯ୍ୟକବି ଡ. ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ କବି ସାରଥୀ ଡ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ତଥା ଅର୍ଥ ସଚିବ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ପ୍ରଫେସର ଡ. ମନ୍ମଥ କୁମାର ପଧାନ ଯୋଗ ଦେଇଥିବା ବେଳେ ଡ. ରବିନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.